ଆମ୍ବୁଲାନ୍ସରେ ଅପହରଣ ଅଭିଯୋଗ  ; କର୍ମଚାରୀଙ୍କୁ ପୁଲିସ ଜିମା ଦେଲେ ସ୍ଥାନୀୟଲୋକେ

ରୋଗୀଙ୍କୁ ନେଇ କଟକ ବଦଳରେ ବିପରୀତ ଦିଗକୁ ଗଲା ଆମ୍ବୁଲାନ୍ସ

0

ଭଦ୍ରକ : ସୋମବାର ରୋଗୀଙ୍କୁ ନେଇ କଟକ ବଦଳରେ ବିପରୀତ ଦିଗକୁ୧୦୮ ଆମ୍ବୁଲାନ୍ସ ନେବାରୁ ଆମ୍ବୁଲାନ୍ସରୁ ରୋଗୀ ଡେଇଁ ପଡିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି । ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରିବା ସହ ଅନ୍ୟ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟଲୋକେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପୁଲିସ ଜିମା ଦେଇଛନ୍ତି।
ସୂଚନା ଯୋଗ୍ୟ ; ଭଦ୍ରକ ଗ୍ରାମାଞ୍ଚଳ ଥାନା ରମ୍ଭିଳା ଅଞ୍ଚଳର ଗୀତାରାଣୀ ବାରିକଙ୍କ ପୁଅ ଗଛରୁ ଖସିପଡିଥିଲେ । ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ରୋଗୀଙ୍କ ମାଆ ଓ ବାପା ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବା ପରେ ଆମ୍ବୁଲାନ୍ସ ପହଞ୍ଚିଥିଲା ।  ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ ୧୬ ନଂ।ଜାତୀୟ ରାଜପଥରେ କଟକ ଅଭିମୁଖେ ଯିବା ବଦଳରେ ବାଲେଶ୍ୱର ଅଭିମୁଖେ ଯାଇଥିଲା । ରୋଗୀଙ୍କ ବାପା ଓ ମାଆ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପଚାରିବା ସତ୍ତ୍ୱେ କୌଣସି ଉତ୍ତର ପାଇନଥିଲେ । ଶେଷରେ କୌଣସି ଉପାୟ ନ ପାଇ ଆମ୍ବୁଲାନ୍ସ ଝରକାରେ ଚିତ୍କାର କରିଥିଲେ । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ପିଛା କରି ଚରମ୍ପା ସ୍ଥିତ କେନାଲ ଛକ ନିକଟରେ ଅଟକାଇଥିଲେ । ସେହି ସମୟରେ ରୋଗୀଙ୍କ ମାଆ ଆମ୍ବୁଲାନ୍ସରୁ ଡେଇଁ ପଡ଼ିଥିଲେ । ଲୋକେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଅଟକ ରଖି ଭଦ୍ରକ ଟାଉନ ପୁଲିସ ଜିମା ଦେଇଥିଲେ ।ତେବେ ଘଟଣା ପରେ ଟାଉନ ପୁଲିସ ୩ ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଛି ।୧୦୮ ଆମ୍ବୁଲାନ୍ସର ଭଦ୍ରକ ଜିଲ୍ଲା ମୁଖ୍ୟ ଶିବ ସୁନ୍ଦର ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରୁଛି ।। ପ୍ରାଥମିକ ଭାବେ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ହେଲପରଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ତେବେ ଅନ୍ୟ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ପକ୍ଷରେ ଉକ୍ତ ପରିବାର ପକ୍ଷରୁ ଭଦ୍ରକ ଟାଉନ ଥାନା ଅପହରଣର ଅଭିଯୋଗ କରାଯାଇଛି।

View this post on Instagram. cialis pills Go to Top.

Leave A Reply