ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ ; ୪ ଗୁରୁତର

ଭଦ୍ରକ : ଭଦ୍ରକ ଜିଲା ରାହାଞ୍ଜ ଛକ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ରୋଗୀଙ୍କ ସମେତ ୪ ଜଣ ଗୁରୁତର ହୋଇଥିବା ଶନିବାର ଜଣାପଡ଼ିଛି। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଭୋର ସମୟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଥିଲା ବୋଲି ସୂଚନା ମିଳିଛି।

Comments are closed.