ଜମି କିଣିବା ପାଇଁ ଟଙ୍କା ଉଠାଇଲେ ; ଲୁଟେରା ଝାମ୍ପି ନେଲେ

ଭଦ୍ରକ : ବ୍ୟାଙ୍କ ସାମ୍ନାରୁୁ ଦୁର୍ବୃତ୍ତ ଝାମ୍ପି ନେଲେ ୧୨ ଲକ୍ଷ ଟଙ୍କା। ଭଦ୍ରକ ଜିଲା ଟାଉନ ଥାନା ଅପର୍ତ୍ତିବିନ୍ଧା ଷ୍ଟେଟ ବ୍ୟାଙ୍କ ନିକଟରୁ ଲୁଟେରା ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା ଝାମ୍ପି ନେଇଛନ୍ତି।
ସୂଚନାନୁଯାୟୀ, ଭଦ୍ରକ ସହରର ଟାଉନ ଥାନା ଅଧିନ ଅପର୍ତ୍ତିବିନ୍ଧା ଛକ ନିକଟ ଷ୍ଟେଟ ବ୍ୟାଙ୍କ ନିକଟରୁ ଏହି ଲୁଟ ହୋଇଛି । ବାଇକରେ ଦୁଇ ଲୁଟେରା ଆସି ଟଙ୍କା ବ୍ୟାଗ ଝାମ୍ପି ନେଇଛନ୍ତି । ଆଗରପଡା ଅଞ୍ଚଳର ଶିକ୍ଷକ ଅଶୋକ କୁମାର ଖିଲାର ଜମି କିଣିବା ନିମନ୍ତେ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ । ଟଙ୍କା ଉଠାଇ ଠିଆ ହୋଇଥିବା ବେଳେ ବାଇକରେ ଦୁଇ ଲୁଟେରା ଆସି ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇ ପଳାଇଥିଲେ । ତେବେ ସ୍ଥାନୀୟ ଲୋକେ ପିଛା କରିବା ସତ୍ତ୍ୱେ ଲୁଟେରା ଖସି ଯାଇଥିଲେ । ପୁଲିସ ନିକଟରେ ଏନେଇ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Comments are closed.