ଭଦ୍ରକ ସି ଡି ପି ଓ କାର୍ଯ୍ୟାଳୟର ସୁପର ଭାଇଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭଦ୍ରକ : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭଦ୍ରକ ସି ଡି ପି ଓ କାର୍ଯ୍ୟାଳୟର ସୁପର ଭାଇଜର ମଲିଲତା ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି ।  ସେ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିକଟରେ ଅଭିଯୋଗ ହୋଇ ଥିଲା  । ଏସପିଙ୍କ ନିର୍ଦେଶରେ ଆଜି ସକାଳୁ ଭଦ୍ରକ ବାଲେଶ୍ୱର ଓ କେନ୍ଦୁଝରରୁ  ୩ ଗୋଟି ଭିଜିଲାନ୍ସ ଟିମ ଆସି ସୁପର ଭାଇଜର ମଲ୍ଲୀ ଲତାଙ୍କ ଆରଡ଼ି ଛକ ସ୍ଥିତ ବାସ ଭବନ, ତାଙ୍କ କାର୍ଯ୍ୟାଳୟ  ଏବଂ ତାଙ୍କ ବାପ ଘର ଭଦ୍ରକ ବ୍ଲକ ଅଧିନସ୍ଥ ଆମ୍ଭରୋଲି ଆଦି ଠାରେ ଚଢ଼ାଉ ଜାରି ରଖିଛନ୍ତି ।

Comments are closed.