ଠିକାଦାରଙ୍କଠାରୁ ୩୩ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଭବାନୀପାଟଣା: ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଶ୍ବନାଥପୁର ଜେଇ ତଥା ବନ୍ଧବାରି ଜିପିଟିଏ ସୁବ୍ରତ ମଲ୍ଲିକ। କଳାହାଣ୍ଡି ଜିଲ୍ଲା ଲାଞିଗଡ ବ୍ଳକ କନିଷ୍ଠ ଯନ୍ତ୍ରୀ ସୁବ୍ରତ କୁମାର ମଲ୍ଲିକ ବିଲ୍‌ ପାସ କରାଇବାକୁ ୩୩ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ। ଉକ୍ତ ବ୍ଳକର କୁମ୍ଭଖାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତିମନବାଡି ଗ୍ରାମର ପୋଖରୀ ପଙ୍କ କାଢ଼ିବା ପାଇଁ କାର୍ଯ୍ୟ କରିଥିବା ଠିକାଦାର ଗୌତମ ନାଗଙ୍କର ବିଲ କରିଦେବା ପାଇଁ କନିଷ୍ଠ ଯନ୍ତ୍ରୀ ୩୩ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କନିଷ୍ଠ ଯନ୍ତ୍ରୀ ସୁବ୍ରତ କୁମାର ମଲ୍ଲିକ ବିଲ୍‌ ପାସ କରାଇବାକୁ ଆଜି ଠିକାଦାର ଗୌତମ ନାଗଙ୍କ ଠାରୁ ୩୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିଲେ।

Comments are closed.