ଭବାନୀପାଟଣା ଗସ୍ତରେ ୫ଟି ସଚିବ

କୋରନା ମୁକାବିଲା ଓ କୋଭିଡ ହସ୍ପିଟାଲ ନିର୍ମାଣ କାର୍ଯ୍ୟର କଲେ ତଦାରଖ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସରକାରୀ ଇଂଜିନିୟରିଂ କଲେଜରେ ଜିଲ୍ଲା ପ୍ରଶାସନ ଓ ଓଏମସି ର ମିଳିତ ଆନୁକୂଲ୍ୟରେ ନିର୍ମିତ କୋଭିଡ ହସ୍ପିଟାଲ କାର୍ଯ୍ୟର ଅଗ୍ରଗତି ଓ କୋରନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ କେଉଁ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛି ତାହାର ତଦାରଖ ପାଇଁ ଆଜି ୫ଟି ସଚିବ ଭି.କେ.ପାଣ୍ଡିଆନ୍ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଭବାନୀପାଟଣା ଗସ୍ତରେ ଆସିଛନ୍ତି।  ଇଂଜିନିୟରିଂ କଲେଜର ନିର୍ମାଣାଧିନ କୋଭିଡ ହସ୍ପିଟାଲ ପରିଦର୍ଶନ କରିବା ସହିତ ଜିଲ୍ଲାପାଳ ଡା. ଗାଭିଲ ପରାଗ ହର୍ଷଦ ଓ ସିଡିଏମ୍ଓ ଡା. ଜଗୁଲାଲ ଅଗ୍ରୱାଲ ଏବଂ ଅନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

Comments are closed.