ଜନତା କର୍ଫ୍ୟୁକୁ ଭବାନୀପାଟଣା – ଟିଟିଲାଗଡରେ ସମର୍ଥନ : ସବୁ ଶୁନଶାନ୍

ଭବାନୀପାଟଣା/ ଟିଟିଲାଗଡ଼ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସକାଳ ୭ ଘଣ୍ଟାରୁ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ ଘରୁ ପଦାକୁ ନ ଭାରିବା ପାଇଁ ନିବେଦନ କରିଛନ୍ତି । ଏହି ଜନତା କର୍ଫ୍ୟୁ ଡାକରାର ପ୍ରଭାବ ଆରମ୍ଭରୁ ରାଜ୍ୟର ସବୁସ୍ଥାନରେ ଦେଖିବାକୁ ମିଳିଛି।  କଳାହାଣ୍ଡି ଜିଲାର ଭବାନୀପାଟଣା ସଦର ମହକୁମା ଓ ବଲାଙ୍ଗୀର ଜିଲାର ଟିଟିଲାଗଡ଼ ସହରରେ ଅଦ୍ଭୁତ ପୁର୍ଵ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି। ଯାତ୍ରୀଵାହି ଵସ ସମେତ ଘରୋଇ ଯାନବାହନ ବନ୍ଦରହିବାସହ ରେଳ ଷ୍ଟେସନ ଖାଁ ଖାଁ ରହିଛି। ନାଗରିକମାନେ ନିଜର ସୁରକ୍ଷା ପାଇଁ ଘରେ ସଙ୍ଗରୋଧ ହୋଇ ରହିଛନ୍ତି।

Comments are closed.