ଘର ଭିତରକୁ ମାଡିଗଲା ଟ୍ରଲର, ଜଣେ ମୃତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରରେ ଘର ଭିତରକୁ ଟ୍ରଲର ମାଡିଯିବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନାଅନୁସାରେ ଗୋପାଲପୁର- ରାୟପୁର ୫୯ ନମ୍ବର ଜାତୀୟ ରାଜପଥର ଅଇଁଲାପାଲି ଛକରେ ଘଟିଛି ଏହି ଅଘଟଣ। ଜାତୀୟ ରାଜପଥ କଡରେ ଥିବା ରଙ୍କ ପଶାୟତଙ୍କ ଘର ଉପରକୁ ଭାରସାମ୍ୟ ହରାଇ ଟ୍ରଲରଟି ମାଡିଯାଇଥିଲା। ଫଳରେ ରଙ୍କଙ୍କ ସ୍ତ୍ରୀ ତୁଳସୀ ପଶାୟତଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଏନେଇ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା । ପରେ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।

Comments are closed.