କଟକରେ ଏଯାବତ୍‍ ୧୧୨ରୁ ଅଧିକ ମୂର୍ତ୍ତି ବିସର୍ଜନ ଶେଷ

କଟକ : ଶାରଦୀୟ ଦୁର୍ଗାପୂଜା ପରେ କଟକରେ ଗୁରୁବାର ଚାଲୁ ରହିଛି ଦେବୀ ଦୁର୍ଗାଙ୍କ ଭସାଣ କାର୍ଯ୍ୟକ୍ରମ। କଟକର ଦେବୀଗଡ଼ାରେ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇ ସେଠାରେ ମୂର୍ତ୍ତି ବିସର୍ଜନ କରାଯାଉଛି। ଏଯାବତ୍‍ ୧୧୨ ରୁ ଅଧିକ ମୂର୍ତ୍ତି ବିସର୍ଜନ ଶେଷ ହୋଇଛି ବୋଲି ସୂଚନା ମିଳିଛି। ସହରର ବିଭିନ୍ନ ସ୍ଥାନରେ ପୁଲିସର ୪୦ଟି ଆଉଟପୋଷ୍ଟ କରାଯାଇଛି। ଏହାସହ ଭିଡ଼ ଭିତରେ ବିଶୃଙ୍ଖଳା ରୋକିବାକୁ ୨ଟି ରାପିଡ଼ ଆକ୍ସନ ଫୋର୍ସ ସମେତ ୫୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। କଟକର ସମସ୍ତ ମେଢ ବିଭିନ୍ନ ସାହି ପରିକ୍ରମା କରି ଗୌରୀଶଙ୍କର ପାର୍କ ସାମ୍ନା ରାସ୍ତା ଦେଇ ଦେବୀଗଡ଼ାକୁ ଯାଇ ସେଠାରେ ବିସର୍ଜନ କରାଯାଉଛି। ଭୁବନେଶ୍ୱର ଓ କଟକରେ ରାତି ସାରା ଭସାଣ ଉତ୍ସବ ଚାଲୁ ରହିଥିଲା। ବିଳମ୍ବିତ ରାତି ଯାଏଁ ମା’ଙ୍କୁ ବିଦାୟ ଦେବାକୁ ବେଶ ଭିଡ଼ ଜମିଥିଲା।

Comments are closed.