MEllora 950×100

ବୋରୱେଲରେ ଫସିଥିବା ତନ୍ମୟ ମୃତ, ଘୋଷଣା କଲା ଜିଲା ପ୍ରଶାସନ

ବୈତୂଲ: ବୋରୱେଲରେ ଫସିଥିବା ତନ୍ମୟ ମୃତ। ମଧ୍ୟ ପ୍ରଦେଶ ବେତୁଲରେ ବୋରୱେଲରେ ଫସିଥିବା ତନ୍ମୟ ମୃତ। ୫ ଦିନ ତଳେ ଖେଳୁଥିବାବେଳେ ତନ୍ମୟ ବୋରୱେଲରେ ଖସି ପଡ଼ିଥିଲା। ୫ଦିନ ପରେ ବୋରୱେଲ ଭିତରୁ ଉଦ୍ଧାର ପରେ ମୃତ ଘୋଷଣା। ଖେଳିବାବେଳେ ବିଲରେ ଏକ ପରିତ୍ୟକ୍ତ ବୋରୱେଲରେ ଖସି ପଡ଼ିଥିଲା। ୧୦୦ ଘଣ୍ଟାରୁ ଅଧିକ ସମୟର ରେସ୍କ୍ୟୁ ଅଭିଯାନ ପରେ ଉଦ୍ଧାର ହୋଇଥିଲା ତନ୍ମୟ। ମେଡ଼ିକାଲରେ ମୃତ ଘୋଷଣା ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଡିସେମ୍ବର ୬ ତାରିଖରେ ମଧ୍ୟପ୍ରଦେଶର ବୈତୂଲ ଜିଲ୍ଲା ଅନ୍ତର୍ଗତ ମାଣ୍ଡବୀ ଗ୍ରାମସ୍ଥିତ ୪୦୦ ଫୁଟ୍‌ ଗଭୀର ବୋର୍‌ୱେଲ୍‌କୁ ଖସିପଡ଼ି ୫୫ ଫୁଟ୍‌ ଗଭୀରରେ ଲାଖି ରହିଥିବା ୮ ବର୍ଷିୟ ବାଳକ ତନ୍ମୟକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ପରେ ତାକୁ ଗର୍ତ୍ତରୁ ବାହାର କରିବା ପରେ ତା’ର ମୃତ୍ୟୁ ଘଟିଥିବା କଥା ଆଜି ବୈତୂଲ ଜିଲ୍ଲା ପ୍ରଶାସନ କହିଛି। ଡିସେମ୍ବର ୬ ତାରିଖ ସନ୍ଧ୍ୟା ସମୟରେ ଫାର୍ମରେ ଖେଳୁଥିବା ତନ୍ମୟ ଗୋଟାଏ ୪୦୦ ଫୁଟ୍‌ ଗଭୀର ଖୋଲା ବୋର୍‌ୱେଲ୍‌ ଭିତରକୁ ଖସି ପଡ଼ି ୫୫ ଫୁଟ୍‌ ଅଭ୍ୟନ୍ତରରେ ଲାଖି ରହିଥିଲା।

Comments are closed.