ହନୁମାନଙ୍କୁ ଅର୍ପଣ କରନ୍ତୁ ପାନ ବିଡ଼ା ; ଦୂର ହେବ ବିଭିନ୍ନ ସମସ୍ୟା

ହିନ୍ଦୁଧର୍ମରେ ପାନ ପତ୍ରକୁ ବହୁତ ଶୁଭ ବୋଲି ଗ୍ରହଣ କରାଯାଇଛି । କୌଣସି ଶୁଭ କାର୍ଯ୍ୟ ହେଉ ବା ପୂଜାପାଠ ସମୟରେ ମୁଖ୍ୟ ସାମଗ୍ରୀ ଭାବେ ପାନପତ୍ରକୁ ଖୋଜା ପଡେ । କେବଳ ଯେ ପୂଜା ପାଠରେ ପାନପତ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥାଏ, ତାହା ନୁହେଁ । ଏହି ଶୁଭ ପତ୍ରକୁ ବ୍ୟବହାର କରି ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ପ୍ରାପ୍ତ କରିବା ସହ ଅନେକ ସମସ୍ୟା ମଧ୍ୟ ଦୂର କରାଯାଇ ପାରିବ ।

ମଙ୍ଗଳବାର କିମ୍ବା ଶନିବାର ହନୁମାନଙ୍କୁ ପାନ ବିଡ଼ା ଅର୍ପଣ କରନ୍ତୁ । ଏହା ଦ୍ୱାରା ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୁରା ହୋଇଥାଏ। ଧ୍ୟାନ ରଖିବା ଆବଶ୍ୟକ ଏହି ପାନରେ କେବଳ ଖଇର, ପାନମଧୁରୀ, ମିଠା ମସଲା ଓ ନଡ଼ିଆ ରହିବା । ଚୁନ ଓ ଗୁଆ ଭୁଲରେ ବି ରଖିବେ ନାହିଁ।

ଘରର ମୂଖ୍ୟ ଦ୍ୱାରରେ ପାନ ପତ୍ରକୁ ଲଗାନ୍ତୁ । ଏହା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିବା ସହ ଘରୁ ସମସ୍ତ ପ୍ରକାର କୁପ୍ରଭାବ ଦୂର ହୋଇଥାଏ। କିନ୍ତୁ ସେହି ପତ୍ରକୁ ସବୁଦିନ ବଦଳାଇବା ଆବଶ୍ୟକ।

ଘରେ ଯଦି କାହାକୁ ନଜର ଲାଗିଛି ତେବେ ଗୋଟିଏ ପାନ ପତ୍ର ଉପରେ ସାତଟି ଗୋଲାପ ପାଖୁଡ଼ା ରଖି ତାଙ୍କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ୱାରା ନଜର ଦୋଷ କଟି ଯାଇଥାଏ।

ଯଦି କୌଣସି କାର୍ଯ୍ୟ ବହୁ ଚେଷ୍ଟା ପରେ ମଧ୍ୟ ପୁରା ହୋଇପାରୁ ନାହିଁ, ତେବେ ରବିବାର ଦିନ ସେହି କାର୍ଯ୍ୟ କରିନ୍ତୁ। ଘରୁ ବାହାରିବା ସମୟରେ ଏକ ପାନ ପତ୍ରକୁ ନିଜ ପକେଟ୍‍ରେ ରଖନ୍ତୁ। ଏପରି କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ।

ଯଦି ବ୍ୟବସାୟରେ ମାନ୍ଦାବସ୍ଥା ଚାଲିଛି ତେବେ ପାନ ପତ୍ର ଦାନ କରନ୍ତୁ । ଏହା ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ। ଏହାକୁ ବୁଧବାର କରିବା ଦ୍ୱାରା ଅଧିକ ଶୁଭ ଫଳ ମିଳିଥାଏ।

 

Comments are closed.