ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ ସମ୍ମାନ : ବ୍ରହ୍ମପୁର ମହାନଗର ନିଗମ ରାଜ୍ୟରେ ପ୍ରଥମ

ବ୍ରହ୍ମପୁର : କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ ସମ୍ମାନ ହାତେଇଛି ବ୍ରହ୍ମପୁର ମହାନଗର ନିଗମ(ବିଏମସି)। ଏହି ଅଭିଯାନରେ କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ୯ଟି ମହାନଗର ନିଗମ ଓ ମୁନିସିପାଲିଟି ଅଂଶଗ୍ରହଣ କରିଥିବାବେଳେ ବ୍ରହ୍ମପୁର ପ୍ରଥମ ହୋଇଛି । ସେହିପରି ବ୍ରହ୍ମପୁର ଦେଶର ୩୮୨ ଟି ସହର ମଧ୍ୟରେ ୬୩ନଂ ସ୍ଥାନରେ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ରହ୍ମପୁରକୁ ‘ବେଷ୍ଟ ମିଡିୟମ ସିଟି ଇନ ଇନୋଭେସନ ଆଣ୍ଡ ବେଷ୍ଟ ପ୍ରାକ୍ଟିସ’ ଆୱାର୍ଡ ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି । ପ୍ରକାଶଯୋଗ୍ୟ, ୨୦୧୮ ଓ ୨୦୧୯ରେ ମଧ୍ୟ ବ୍ରହ୍ମପୁର ସ୍ୱଚ୍ଛ ସର୍ବେକ୍ଷଣ ଆୱାର୍ଡ ହାତେଇଥିଲା । ଏହି ସହରକୁ ବାହ୍ୟ ମଳମୁକ୍ତ କରିବାକୁ କମ୍ୟୁନିଟି ଟଏଲେଟ ନିର୍ମାଣ କରାଯିବା ସହ ସେଗୁଡିକ ପରିଚାଳନା ଭାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ହାତରେ ନ୍ୟସ୍ତ କରାଯାଇଛି । ସେହିପରି ମହୁଡାଠାରେ ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଇଛି।

Comments are closed.