ସନ୍ ଟ୍ୟାନ ଦୂର ପାଇଁ ଘରେ କରନ୍ତୁ ବିଟ୍ ଫେସପ୍ୟାକ୍

ଆବଶ୍ୟକୀୟ ସାମଗ୍ରୀ; ବିଟ୍ ଜୁସ୍ ୨ ଚାମଚ, ବସା ଦହି ୧ ଚାମଚ, ଲେମ୍ବୁ ରସ ୧ ଚାମଚ, ବେସନ ବା ଚାଉଳ ଗୁଣ୍ଡ ୨ ଚାମଚ

ପ୍ରସ୍ତୁତି: ପ୍ରଥମେ ବିଟ୍ କୁ କୋରି(ଗ୍ରେଟେଡ୍) ସେଥିରୁ ଜୁସ୍ ବାହାର କରି ୨ ଚାମଚ ନିଅନ୍ତୁ । କପାଡା ସାହାଯ୍ୟରେ ଦହିରୁ ପାଣି ବାହାର କରିବା ପରେ ସେଥିରେ ବିଟ୍ ଜୁସରେ ମିଶାନ୍ତୁ । ଏବେ ସେଥିରେ ଏକ ଚାମଚ ଲେମ୍ବୁ ରସ ଓ ବେସନ ବା ଚାଉଳ ଗୁଣ୍ଡ ୨ ଚାମଚ ମିଶାଇ ଭଲ ଭାବରେ ଗୋଳାଇ ଏକ ପେଷ୍ଟ ତିଆରି କରନ୍ତୁ ।

ମୁହଁକୁ ଭଲ ଭାବରେ ସଫା କରି ବା ଧୋଇ ଏହି ପ୍ୟାକ୍ କୁ ଲଗାନ୍ତୁ। ବେକ ଓ ହାତରେ  ମଧ୍ୟ ଏହି ପ୍ୟାକକୁ ଲଗାଇବେ । ପ୍ୟାକ୍ ଲଗାଇବାର ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇ ହୋଇ ପଡିବେ । ଦେଖିବେ ଆପଣଙ୍କ ତ୍ଵଚା ସାଙ୍ଗେ ସାଙ୍ଗେ ଗୋଲାପି ରଙ୍ଗ ସହ ଉଜ୍ଵଳ ଦେଖାଯିବ । ଏହି ପରି ୭ରୁ ୮ ଥର କରିବା ପରେ ନଜି ଚେହେରାରେ ଆଶ୍ଚର୍ୟ୍ୟଜନକ ପରିବର୍ତ୍ତନ ଦେଖିପାରିବେ ।

ବିଟ୍ ଜୁସକୁ ବରଫ କରି ଆପଣ ମୁହଁରେ ଲଗାଇ ପାରିବେ । ଏହା ଖରା ଦିନେ ସନ୍ ଟ୍ୟାନରୁ ରକ୍ଷା କରେ ।

Comments are closed.