ସ୍ୱପ୍ନରେ ମୟୁର ନାଚୁଛି କି ? ଜାଣନ୍ତୁ ଏପରି କିଛି ସ୍ୱପ୍ନ : ଭାଗ୍ୟରେ ଆଣେ ସୁପରିବର୍ତ୍ତନ

ସ୍ୱପ୍ନର ମହତ୍ତ୍ୱ ଖୁବ ଅଧିକ। କୁହାଯାଏ ଆମେ ସ୍ୱପ୍ନରେ ଦେଖୁଥିବା ଅନେକ ଜିନିଷର ଆମ ଜୀବନ ସହ ମଧ୍ୟ ସମ୍ବନ୍ଧ ରହିଛି। ସ୍ୱପ୍ନର ଅର୍ଥ ଜାଣିବା ପାଇଁ ସ୍ୱପ୍ନ ଶାସ୍ତ୍ର ସହାୟକ ହୋଇଥାଏ। ଭିନ୍ନ ଭିନ୍ନ ସ୍ୱପ୍ନର ଅର୍ଥ ଏଥିରେ ବର୍ଣ୍ଣନା କରାଯାଇଛି। ଏଭଳି କିଛି ସ୍ୱପ୍ନ ରହିଛି ଯାହାର ଆମ ଭାଗ୍ୟ ସହ ସମ୍ବନ୍ଧ ରହିଛି। ଯାହା ଭାଗ୍ୟ ବଦଳାଇଦେଇଥାଏ ବୋଲି ମଧ୍ୟ କୁହାଯାଏ । ଜାଣନ୍ତୁ…..
ନିଜକୁ ଆକାଶରେ ଉଡୁଥିବା ଦେଖିବା –
ସ୍ୱପ୍ନରେ ନିଜକୁ ଆକାଶରେ ଉଡୁଥିବା ଦେଖିବାକୁ ଖୁବ ଶୁଭ ବୋଲି କୁହାଯାଏ। କୁହାଯାଏ ଏଭଳି ସ୍ୱପ୍ନ ଦେଖିଲେ ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଯେଭଳି ଆକାଶରେ ଉଚ୍ଚରେ ଉଡ଼ିବା ସେଭଳି ଜୀବନରେ ମଧ୍ୟ ଉନ୍ନତି କରିବାର ଏହାର ସୂଚନା ଦେଇଥାଏ। ଏହାଛଡ଼ା ଏହି ସ୍ୱପ୍ନ ଦେଖିବା ପରେ ଆପଣ ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରନ୍ତୁ।
ମୟୁରକୁ ନାଚୁଥିବାର ଦେଖିଲେ ; ଯଦି ଆପଣ ସ୍ୱପ୍ନରେ ମୟୁରକୁ ନାଚୁଥିବାର ଦେଖୁଛନ୍ତି ତେବେ ଏହାକୁ ଖୁବ ଶୁଭ ବୋଲି କୁହାଯାଏ। ଏହା ଜୀବନରେ ହସଖୁସି ସୁଖସମୃଦ୍ଧି ଆଣିଥାଏ। ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ଏହି ସ୍ୱପ୍ନ ଦେଖିଲେ ଅନ୍ୟ କାହାରିକୁ ଜଣାଇବା ଉଚିତ ନୁହେଁ।
ଗଛରେ ପାଣି ଦେବା – ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ସ୍ୱପ୍ନରେ ଗଛକୁ ପାଣି ଦେଉଥିବାର ଦେଖିବେ ତେବେ ଏହା ଭାଗ୍ୟରେ ଭଲ ପରିବର୍ତ୍ତନ ଆଣେ। ସଫଳତା ମିଳିଥାଏ। ଗଛକୁ ପାଣି ଦେଉଥିବା ଦେଖିବା ସହ ଗଛ ସବୁଜ ଶ୍ୟାମଳା ହୋଇ ଥିବାର ଦେଖିଲେ ମଧ୍ୟ ଖୁବ ଶୁଭଫଳ ମିଳେ। ଏହି ସ୍ୱପ୍ନ ଦେଖିବା ପରେ ଘରର ଗୁରୁଜନଙ୍କୁ ନିଶ୍ଚୟ ଜଣାନ୍ତୁ।
ବଡ଼ ଗଛ ତଳେ ବସିବା – ନିଜକୁ ବଡ଼ ଗଛ ତଳେ ବସିଥିବାର ଦେଖିଲେ ଏହା ଜୀବନରେ ଉନ୍ନତି ଆଣେ ବୋଲି କୁହାଯାଏ।

 

Comments are closed.