ବ୍ରହ୍ମପୁରର ଦୁର୍ଦ୍ଦାନ୍ତ ଅପରାଧୀ କୈଳାସ ଘଡେଇ ଜାତୀୟ ନିରାପତ୍ତା ଆଇନରେ ବୁକ

ବ୍ରହ୍ମପୁର : ବ୍ରହ୍ମପୁରର ଦୁର୍ଦ୍ଦାନ୍ତ ଅପରାଧୀ କୈଳାସ ଘଡେଇ ଜାତୀୟ ନିରାପତ୍ତା ଆଇନରେ ବୁକ ହୋଇଥିବା ବୁଧବାର ଜଣାପଡ଼ିଛି। କୈଳାସ ନାମରେ ଜାତୀୟ ନିରାପତ୍ତା ଆଇନ(ଏନଏସଏ) ଲାଗିଛି । କୈଳାସ ବଡ ବଜାର ଥାନା ଅନ୍ତର୍ଗତ ସୀତାଢ଼ିମୀରା ସାହିର ବାସିନ୍ଦା। ତା’ର ନାମରେ ୧୦ ରୁ ଅଧିକ ମାମଲା ରହିଥିବା ବେଳେ ସେ ବର୍ତ୍ତମାନ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଦିନ କାଟୁଛି । କୈଳାସ ସାଧାରଣ ଲୋକଙ୍କ ପ୍ରତି ବିପଦ ଥିବା ଦର୍ଶାଇ ତାକୁ ଏନଏସଏରେ ବୁକ କରିବାକୁ ପୁଲିସ ପକ୍ଷରୁ ଜିଲାପାଳଙ୍କ ନିକଟରେ ଆବେଦନ କରାଯାଇଥିଲା । ଆଉ ଜିଲାପାଳ ଏହି ଆବେଦନକୁ ଗ୍ରହଣ କରି କୈଳାସକୁ ଏନଏସଏ ରେ ବୁକ ରଖିବାକୁ ଅନୁମତି ଦେଇଛନ୍ତି ବୋଲି ଅତିରିକ୍ତ ଏସପି ପ୍ରଭାତ ରାଉତରାୟ କହିଛନ୍ତି ।

Comments are closed.