ବାଳାଶ୍ରମରୁ ୧୩ ନାବାଳିକା ଅନ୍ତେବାସିନୀ ନିଖୋଜ ଘଟଣା : ୭ ନାବାଳିକା ଉଦ୍ଧାର

ବ୍ରହ୍ମପୁର : ଗଞ୍ଜାମ ଜିଲା ବ୍ରହ୍ମପୁର ଗୋସାଇନୁଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ୧୩ ଜଣ ନାବାଳିକା ଅନ୍ତେବାସିନୀ ନିଖୋଜ ଘଟଣାରେ ମଙ୍ଗଳବାର ୭ଜଣ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିଛି। ବିଭିନ୍ନ ସ୍ଥାନ ଜଗନ୍ନାଥ ପ୍ରସାଦ, ଚିକିଟି ଓ ଭୁବନେଶ୍ବରରୁ ବ୍ରହ୍ମପୁର ପୁଲିସ ଏହି ୭ଜଣ ନାବାଳିକାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ନାବାଳିକାଙ୍କ ଜରିଆରେ ପୁଲିସ ଅନ୍ୟ ନାବାଳିକାଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରୁଛି। ଏନେଇ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଓ ସାହେବ ସୂଚନା ଦେଇଛନ୍ତି।

Comments are closed.