ବ୍ରହ୍ମପୁରରେ ପ୍ରଥମ ଥର ପାଇଁ ଆକ୍‌ସେସ୍‌ କଣ୍ଟ୍ରୋଲ ଜୋନ୍

ଭୁବନେଶ୍ବର : ବ୍ରହ୍ମପୁର ସହର ଶଙ୍କରପୁର ଷ୍ଟ୍ରିଟ୍‌କୁ ପ୍ରଥମ ଥର ପାଇଁ ଆକ୍‌ସେସ୍‌ କଣ୍ଟ୍ରୋଲ‌ ଜୋନ୍‌ ଘୋଷଣା କରାଯାଇଛି। ବଡ଼ବଜାର ଥାନା ଅନ୍ତର୍ଗତ ଶଙ୍କରପୁର ଷ୍ଟ୍ରିଟ୍‌ ତଥା ଶଙ୍କରପୁର ସାହିରେ କରୋନ ସଂକ୍ରମଣ ଆଶଙ୍କାରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ଘୋଷଣା କରାଯାଇଛି। ଶଙ୍କରପୁର ସାହିରେ ଅଧିକ ସଂଖ୍ୟାରେ କରୋନା ପଜିଟିଭ୍‌ ସଂଖ୍ୟା ବାହାରିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଶଙ୍କରପୁର ସାହିର ସମସ୍ତ ପ୍ରବେଶପଥକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ବାହାରୁ ଭିତରକୁ କିମ୍ବା ଭିତରୁ ବାହାରକୁ ଯିବାଆସିବା ଉପରେ ମନା କରାଯାଇଛି। ଶଙ୍କରପୁର ସାହି ସିଲ୍‌ ଥିବାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂହ ରାଠୋର ପ୍ରକାଶ କହିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ଡେପୁଟି କମିଶନର ଆଶୁତୋଷ ସାମଲ, ସାନିଟେସନ୍‌ ପାଇଁ ଡେପୁଟି କମିଶନର ରୋମାଞ୍ଚଲ୍‌ ଖମାରି, ସ୍ବାସ୍ଥ୍ୟସେବା ପାଇଁ ଲମ୍ବୋଦର ଦିଗାଲ, ହେଲ୍‌ଥ ମ୍ୟାନେଜର ଭାବେ ମଳୟ ବିଶ୍ବାଳଙ୍କୁ ନିୟୋଜିତ କରାଯାଇଛି।

Comments are closed.