ଛୁରା ମାଡରେ ଯୁବକ ମୃତ, ୨ ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଉତ୍ତରାମୁଖୀ ଠାରେ ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ନେଇ ବୁଧବାର ଖବର ମିଳିଛି। ଛୁରା ମାଡରେ ଗୋଟିଏ ଗୋଷ୍ଠୀର ଚନ୍ଦନ ପ୍ରଧାନ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି ଗଣ୍ଡଗୋଳରେ ତୋଫାନ ବେହେରା ଓ ମୁନା ପଣ୍ଡା ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୂର୍ବ ଶତ୍ରୁତାରୁ ଏହି ଗଣ୍ଡଗୋଳ ହୋଇଥିବା ଶୁଣିବାକୁ ମିଳୁଛି । ଘଟଣାସ୍ଥଳରେ ବଡ ବଜାର ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

Comments
Loading...