ଏଣିକି ପାର୍କିଂ ଫି ଆଦାୟ କରିବେ କିନ୍ନର

ବ୍ରହ୍ମପୁର: ଏଣିକି ବ୍ରହ୍ମପୁର ସହରରେ ବିଭିନ୍ନ ଛକରେ କିନ୍ନର ପାର୍କିଂ ଫି ଆଦାୟ କରିବେ । ବ୍ରହ୍ମପୁର ମହାନଗର ନିଗମ(ବିଏମସି) ପକ୍ଷରୁ ସେପ୍ଟେମ୍ବର ପହିଲାରୁ କିନ୍ନରଙ୍କ ୨ଟି ଗୋଷ୍ଠୀକୁ ଏହି ଦାୟିତ୍ୱ ଦିଆଯାଇଛି । ଗାନ୍ଧିନଗର, ଗୀର୍ଜାଛକ, ପୁରୁଣା ବସ ଷ୍ଟାଣ୍ଡ ଓ ଅର୍ଣ୍ଣପୁର୍ଣ ଛକରେ ପ୍ରାୟ ୨୦ ଜଣ କିନ୍ନର ଏହି କାଯ୍ୟରେ ନିୟୋଜିତ ହୋଇଛନ୍ତି । ୨ ଚକିଆ ଓ ୪ ଚକିଆ ଯାନ ଠାରୁ ଫି ଆଦାୟ କରିବାକୁ ସମସ୍ତ କିନ୍ନରଙ୍କୁ ଗୋଟିଏ ଲେଖାଏଁ ପିଓଏସ ମେସିନ ଦିଆଯାଇଛି । ପାର୍କିଂ କରୁଥିବା ବ୍ୟକ୍ତିଙ୍କୁ ଅନଲାଇନରେ ତୁରନ୍ତ ଟିକେଟ ପ୍ରଦାନ କରିବାକୁ କିନ୍ନରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ବିଏମସିର ଏଭଳି ନିଆରା ପଦକ୍ଷେପ ସହରର ତୃତୀୟ ଲିଙ୍ଗିଙ୍କୁ ସ୍ୱାବଲମ୍ବୀ କରାଇବାରେ ବେଶ ସହାୟ ହେବ । ଏହା ପୂର୍ବରୁ ବିଏମସି ପକ୍ଷରୁ କିଛି କିନ୍ନରଙ୍କୁ ଜୋତା ତିଆରି କରିବାର କୌଶଳ ଶିକ୍ଷା ଦିଆଯାଇସାରିଛି ।

Comments are closed.