ଲାଞ୍ଚ ନେଇ କିରାଣୀ ଓ ଅବସରପ୍ରାପ୍ତ ପିଅନ ଗିରଫ

ବ୍ରହ୍ମପୁର: ଜଣେ ଶିକ୍ଷକଙ୍କ ବକେୟା ଦରମା ମଞ୍ଜୁର କରାଇଦେବାକୁ ଲାଞ୍ଚ ନେଇ ଗିରଫ ହୋଇଛନ୍ତି ଗଞ୍ଜାମ ଜିଲା ଧରାକୋଟ ଏସଆର ହାଇସ୍କୁଲର କନିଷ୍ଠ କିରାଣି ସୁଶାନ୍ତ କୁମାର ମିଶ୍ର ଓ ଆସିକା ସବ -ଟ୍ରେଜେରିର ଅବସରପ୍ରାପ୍ତ ପିଅନ କାଶୀନାଥ ପଣ୍ଡା। ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନେ ଉଭୟଙ୍କୁ ଗିରଫ କରିବା ପରେ ତାଙ୍କ ଘରେ ତଲାସୀ ଜାରି ରଖିଛନ୍ତି। ଏସଆର ହାଇସ୍କୁଲର ସହକାରୀ ଶିକ୍ଷକ ଗୋପାଳକୃଷ୍ଣ ଦଳବେହେରାଙ୍କ ଠାରୁ ଆସିକା ସବ ଟ୍ରେଜେରି ପରିସରରେ ଉପରୋକ୍ତ ୨ କର୍ମଚାରୀ ୫ ହଜାର ଟଙ୍କା ନେବା ପରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

Comments are closed.