ପଦ୍ମଶ୍ରୀ ରମାକାନ୍ତ ରଥଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୫୬ତମ ପ୍ରତିଷ୍ଠା ଦିବସ ୨୦୨୨ ଜାନୁଆରୀ ୨ ରେ ଅନୁଷ୍ଠିତ ହେବ। କୁଳପତି ପ୍ରଫେସର ଗୋବିନ୍ଦ ଜୋଶେଫ ଚକ୍ରପାଣିଙ୍କ ପୌରହିତ୍ୟରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟଅତିଥି ଭାବେ ଯୋଗଦେବେ। ଏହି ଅବସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାରରେ ପଦ୍ମଶ୍ରୀ ରମାକାନ୍ତ ରଥଙ୍କୁ ପ୍ରଦାନ କରାଯିବ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୫୬ ତମ ପ୍ରତିଷ୍ଠା ଦିବସରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର ରେ ପଦ୍ମଶ୍ରୀ ରମାକାନ୍ତ ରଥ ସମ୍ମାନିତ ହେବେ। ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନରେ ନରେନ୍ଦ୍ରପୁରର ଶଙ୍ଖ ଓ ରଣପା ନୃତ୍ୟ ଗୁରୁ ରାଜେନ୍ଦ୍ର ମହାପାତ୍ର ଏବଂ କୋୟା ନୃତ୍ୟ ମାଲକାନଗିରିର ଶାନ୍ତି କବାସୀ ପ୍ରଦାନ କରାଯିବ। ସେହିପରି ନାଟ୍ୟକାର ତଥା ଲୋକ ନୃତ୍ୟ ଗବେଷକ ମନ୍ମଥ କୁମାର ଶତପଥୀ ଏବଂ ପୋଲସରା ଅଞ୍ଚଳର ବରିଷ୍ଠ ସାହିତ୍ୟିକ କୃଷ୍ଣ ଚନ୍ଦ୍ର ତ୍ରିପାଠୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯିବ।

ସିଣ୍ଡିକେଟ ବ୍ୟାଙ୍କର ସିଇଓ ତଥା କାନାଡ଼ା ବ୍ୟାଙ୍କର ଓଏସଡ଼ି ମୃତ୍ୟଞ୍ଜୟ ମହାପାତ୍ର ଏବଂ ଆର ଏମଆରସିର ନିର୍ଦ୍ଦେଶିକା ଡ.ସଂଘମିତ୍ରା ପତିଙ୍କୁ ବିଶିଷ୍ଟ ପୂର୍ବତନ ଛାତ୍ର ସମ୍ମାନ ପ୍ରଦାନ କରାଯିବ। ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ପ୍ରଫେସର ମାନସ ରଞ୍ଜନ ପାତ୍ର, ପ୍ରଫେସର ଅରୁନ୍ଧତୀ ରଥ, ଉତ୍ତମ କର୍ମଚାରୀ ମାର୍କଣ୍ଡ କାର୍ଜି, ରବୀନ୍ଦ୍ର ନାଥ ପାଣିଗ୍ରାହୀ, ଡ. ଶଙ୍କର ମାଝୀ, ସସ୍ମିତା ପାଢ଼ୀ, ରାମ ନାରାୟଣ ସାହୁ, ଡ. ସୁଦାମ ପଣ୍ଡା, ବିଶ୍ୱନାଥ ବେହେରା, ସଜନୀ ବଡତ୍ୟା ପ୍ରମୁଖଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ ପ୍ରଦାନ କରାଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁଳସଚିବ ପ୍ରଦୀପ କୁମାର ମିଶ୍ର ସୂଚନା ଦେଇଛନ୍ତି।

Comments are closed.