ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ କବାଡି ମହିଳା ଦଳ ଚୟନ ପାଇଁ ପ୍ରଶିକ୍ଷଣ ଶିବିର ଆରମ୍ଭ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ୨୦୨୧ -୨୨ ନିମନ୍ତେ କବାଡି (ମହିଳା)ଦଳ ଚୟନ ନିମନ୍ତେ ଆଜି ଠାରୁ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି। ଏହି ଚୟନ ଶିବିର ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରଶିକ୍ଷଣ ଶିବିରରେ ଖଲ୍ଲିକୋଟ ଆରସିଏମ ସାଇନସ କଲେଜ, ଚିକିଟି ମହାବିଦ୍ୟାଳୟ, ପାଟପୁର ବିଆର୍ ସାଇନ୍ସ କଲେଜ୍, ଦିଗପହଣ୍ଡି ଖେମୁଣ୍ଡି କଲେଜ, ସୋରଡା ଋଷିକୂଲ୍ୟା ଡ଼ିଗ୍ରୀ କଲେଜ, ଆସ୍କା ସାଇନ୍ସ କଲେଜ୍, ବ୍ରହ୍ମପୁର ସିଟି କଲେଜ, ବୁଗୁଡା ପିପୂଲ୍ସ କଲେଜ ଓ ରାଇକିଆ ଜେଜେ ମହାବିଦ୍ୟାଳୟ ର ମୋଟ ୨୧ ଛାତ୍ରୀ ଚୟନ ଶିବିରରେ ଭାଗ ନେଇଛନ୍ତି। ଏଥିରୁ ଚୟନ ହେବାକୁ ଥିବା ଛାତ୍ରୀମାନେ ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଆସନ୍ତା ୧୦ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି କ୍ରୀଡା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚୟନ ଶିବିରରେ କୋଚ ସଚ୍ଚିଦାନନ୍ଦ ଦାସ ଓ ସଙ୍କରନ୍ ପାତ୍ର ପ୍ରଶିକ୍ଷଣ ଦେଉଥିବା ଜଣାପଡିଛି।

Comments are closed.