ପୁରୁଷରେ ଇମ୍ପରିଆଲ କଲେଜ, ମହିଳାରେ ବାଲିଗୁଡା ଆଦିବାସୀ କଲେଜ ଚମ୍ପିୟାନ

୫୧ ତମ ଅନ୍ତଃ-ମହାବିଦ୍ୟାଳୟ ବେଡମିଣ୍ଟନ ଫାଇନାଲ ମ୍ୟାଚ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡ଼ା ପରିଷଦରେ ଚାଲିଥିବା ଆନ୍ତଃ ମହାବିଦ୍ୟାଳୟ ମହିଳା ଓ ପୁରୁଷ ବେଡ୍ ମିଣ୍ଟନ ପ୍ରତିଯୋଗିତା ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ମହିଳା ବର୍ଗରେ ଆଦିବାସୀ କଲେଜ ବାଲିଗୁଡା ସହ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିଲା। ଏଥିରେ ଆଦିବାସୀ କଲେଜ ବାଲିଗୁଡା ୨-୦ ରେ ଜିତି ଚମ୍ପିୟାନ ହୋଇଥିଲା। ପୁରୁଷ ବର୍ଗରେ ସରକାରୀ ମହାବିଦ୍ୟାଳୟ କୋରାପୁଟ ସହ ଇମ୍ପିରିଆଲ କଲେଜ ବ୍ରହ୍ମପୁର ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିବା ବେଳେ ୩-୧ ରେ ଇମ୍ପିରିଆଲ କଲେଜ ବ୍ରହ୍ମପୁର ଚମ୍ପିୟାନ ହୋଇଥିଲା। ଏହା ସହ ଗତ ୫ ବର୍ଷ ଧରି ଇମ୍ପିରିଆଲ କଲେଜ ଚମ୍ପିୟାନ ହୋଇ ଆସୁଥିବାର କଲେଜ ଏକ ସ୍ବତନ୍ତ୍ର ସିଲ ପ୍ରଦାନ କରାଯାଇଥିଲା।

 

ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ କୁଳସଚିବ ଡ଼. ସରୋଜ କୁମାର ଦାଶ, ଉପକୁଳସଚିବ ଡଃ. ବାବୁଜୀ ସାମଲ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ପିଇଓ ରବି ଚରଣ ମିଶ୍ର, ରାଜେଶ ମହାନ୍ତି,ଏସ.କ୍ରିଷ୍ଣା ରେଡ୍ଡୀ, ରାଜେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରେଫେରି ଭାବେ ଦୀପକ ତିୱକ୍ଷରୱାଲା, ଶିବ ପ୍ରସାଦ ପାଢ଼ୀ, ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଶଙ୍କର୍ଷଣ ପାତ୍ର, ସୁଧୀର କାନ୍ତ ସାବତ,ଏସ. କ୍ରିଷ୍ଣା ରେଡ୍ଡୀ,ଶୁଭମ୍ ପ୍ରଧାନ, ବି. ସରୋଜ ଦୋରା ଦାୟିତ୍ବ ତୁଲାଇଥିଲେ।

Comments are closed.