ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ନାକ ଅଧିସ୍ବୀକୃତି ପାଇଁ ଦୁଇ ଦିନିଆ କର୍ମଶାଳା

ଗୋପାଳପୁର : ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଆଦେଶ କ୍ରମେ ସୋମବାର  ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ  ପୂର୍ବାହ୍ନ  ସିନେଟ୍ ହଲ ପରିସରରେ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କୁ ନେଇ ବିଶ୍ଵବିଦ୍ୟାଳୟ ନାକ ଅଧିସ୍ବୀକୃତି କିପରି ହୋଇ ପାରିବ ତାକୁ ଆଧାର କରି ଆବଶ୍ୟକୀୟ ନଥି ପତ୍ର ଓ ସାଜସଜାକୁ ନେଇ ଦୁଇଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣି ଏହି କର୍ମଶାଳାକୁ ଉଦଘାଟନ କରି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଧ୍ୟାନ ଦେବା ସହ ମହାବିଦ୍ୟାଳୟ ମାନଙ୍କରେ ଏପରି ଶୈଖିକ ପରିବେଶ ସୃଷ୍ଟି କର ଯାହା ଦ୍ଵାରା ପ୍ରତ୍ୟେକ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଉଜ୍ଜଳ ହୋଇ ପାରିବ ବୋଲି ପରାମର୍ଶ ଦେଇଥିଲେ। ସମୂହ ମହାବିଦ୍ୟାଳୟ  ଉନ୍ନୟନ ପରିଷଦର ନିର୍ଦେଶିକା ପ୍ରଫେସର୍ ଅରୁନ୍ଧତୀ ରଥ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି, ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ଲକ୍ଷ୍ମୀକାନ୍ତ ତ୍ରିପାଠୀ ମଞ୍ଚାସିନ ଥିଲେ। ପରିଷଦର ନିର୍ଦେଶିକା ପ୍ରଫେସର ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଫେସର ସୁଧାକର ପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କର୍ମଶାଳାରେ ନାକ୍ ଦ୍ଵାରା ଅଧିସ୍ବୀକୃତି ହୋଇ ନ ଥିବା ଓ ୟୁଜିସି  ପକ୍ଷରୁ ଅନୁଦାନ  ମିଳୁ ନ ଥିବା  ୧୦୪ ଟି ମହାବିଦ୍ୟାଳୟର ଅଧକ୍ଷ ମଧ୍ୟରୁ ଆଜି ପ୍ରଥମ ଦିନରେ ୫୩ ଟି ମହାବିଦ୍ୟାଳୟର ଅଧକ୍ଷ ଯୋଗ ଦେଇ ନାକ୍  ଅଧିସ୍ବୀକୃତିର ପ୍ରାକ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ । ମାର୍କ ସିଟ , ବିଭିନ୍ନ ପରୀକ୍ଷା ସମ୍ବନ୍ଧିତ ନଥିପତ୍ରର ପ୍ରସ୍ତୁତି ଓ ୱେବ୍ ସାଇଟ୍ ରେ ଅପ୍ ଲୋଡ୍ କିପରି କରାଯିବ ଏହା ଉପରେ  ପରୀକ୍ଷା ନିୟନ୍ତ୍ରକ ଡ଼ଃ.ସୁରେନ୍ଦ୍ର ସେଠୀ ଏବଂ ଏନ୍ ଆଇ ସି ର କର୍ମଚାରୀ ମାନେ ପ୍ରଶିକ୍ଷଣ ଦେଇଥିଲେ। ନାକ ଅଧିସ୍ବୀକୃତି ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଉପରେ ପ୍ରଫେସର୍ ସୁଧାକର ପାତ୍ର ଓ ଆଇକ୍ୟୁଏସିର ଭୂମିକା ଉପରେ ଆଇକ୍ୟୁଏସିର ନିର୍ଦେଶକ ପ୍ରଫେସର ମାନସ ରଞ୍ଜନ ପାତ୍ର, ସଭ୍ୟ  ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ପ୍ରଜେକ୍ଟଟର ମାଧ୍ୟମରେ ପ୍ରଶିକ୍ଷଣ ଦେଇଥିଲେ। ଏହି  ଅବସରରେ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ପ୍ରସ୍ତୁତ କରାଯାଇଥିବା +୩ ଛାତ୍ର ଛାତ୍ରୀଙ୍କ ପାଇଁ ପାଠ୍ୟ ପୁସ୍ତକ ମଧ୍ୟ ବଣ୍ଟନ କରାଯାଇଥିଲା । ସଭା କାର୍ଯ୍ୟରେ ଉପକୁଳସଚିବ ଡ଼ଃ.ବାବୁଜି ସାମଲ, ସହ କୁଳସଚିବ ଡ଼ଃ. ସରୋଜ କୁମାର ଦାଶ, ଏ. ସୁରିୟା ପ୍ରକାଶ ପ୍ରମୁଖ ଯୋଗା ଦେଇ ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଡ଼ଃ. ଶଙ୍କର ମାଝୀ, ପ୍ରତାପ କୁମାର ରାଉତ, ଆଇ .ଲୋକନାଥ, ରବିନ୍ଦ୍ର କୁମାର ପାଣିଗ୍ରାହୀ, ପ୍ରମୋଦ କୁମାର ସାହୁ, ଡ଼ଃ.ମିହିର କୁମାର ତ୍ରିପାଠୀ, ରାମ ନାରାୟଣ ସାହୁ, ଉଜଳା ବତି ନାୟକ, ଦେବାଶିଷ ଦଳାଇ ପ୍ରମୁଖ ସହଯୋଗ କରିଥିଲେ।

Comments are closed.