ବ୍ରହ୍ମପୁର ବିଶ୍ବବିଦ୍ୟାଳୟ: ‘ନିଶାର ବର୍ଣ୍ଣବୋଧ’ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏନଏସଏସର ୩ ଟି ଶାଖା ଦ୍ବାରା ମିଳିତ ଭାବେ ଶୀତକାଳୀନ ଶିବିର ଚାଲିଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ କ୍ୟାମ୍ପସ ପରିସରସ୍ଥ ଆନନ୍ଦ ବଜାରରେ ‘ନିଶାର ବର୍ଣ୍ଣବୋଧ’ ଶୀର୍ଷକ ପଥ ପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଏହି ନାଟକ ମାଧ୍ୟମରେ ସମାଜରେ ନିଶା ମୁକ୍ତ ପାଇଁ ସଚେତନତା ସୃଷ୍ଟି ସହ ନିଶା ସେବନ କରି କିଭଳି ଯୁବପିଢୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ କୁପଥ ଗାମୀ ହେଉଛନ୍ତି ତା’ ଉପରେ ନାଟକ ପ୍ରଦର୍ଶିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଏନଏସଏସ ସଂଯୋଜକ ଡ. ଧ୍ରୁବଚରଣ ପଣ୍ଡାଙ୍କ ଅଧ୍ୟକ୍ଷତା କରିଥିଲେ। ୟୁନିଟ ୧ କାର୍ଯ୍ୟକ୍ରମ ଅଧିକାରୀ ସମିର କୁମାର ଭୋଇ, ୟୁନିଟ ୨ର କାର୍ଯ୍ୟକ୍ରମ ଅଧିକାରୀ ଶକ୍ତି ରଞ୍ଜନ ଦାସ, ୟୁନିଟ ୩ର କାର୍ଯ୍ୟକ୍ରମ ଅଧିକାରୀ ଇତିଶ୍ରୀ ଗୀତା କୁମାରୀ, ପୂର୍ବତନ ସଂଯୋଜକ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ସଦାନନ୍ଦ ନାୟକ, ସାରଦା ପ୍ରସାଦ ସାହୁ, ସତ୍ୟବ୍ରତ ପାତ୍ରଙ୍କ ସମେତ ସ୍ବେଛାସେବୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ। ଏହି ନାଟକକୁ ଉଚ୍ଚ ପ୍ରଶଂସା କରିଥିଲେ ଦେଖଣାହାରୀ।

Comments are closed.