ଖଣ୍ଡାରେ ହାଣି ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ରେଗିଡି ଛକ ଠାରେ ଆଜି ସକାଳେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି । ଆକ୍ରମଣ ପରେ ତାଙ୍କୁ ଉଦ୍ଧାର କରି ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ଯୁବକ ଜଣକ ପୁରୁଷତ୍ତମପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ନାହାକ । ୬ ଜଣ ଯୁବକ ଦୁଇଟି ବାଇକରେ ଆସି ଆକ୍ରମଣ କରି ଫେରାର ହୋଇଯାଇଥିଲେ । ସଦର ଏଡିପିଓ, ଥାନା ଅଧିକାରୀ ଘଟଣାସ୍ଥଳ ଓ ଏମକେସିଜିରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Comments are closed.