ଗଞ୍ଜେଇ ଯାଞ୍ଚ୍ ବେଳେ ବସ୍ ଭିତରୁ ମିଳିଲା ୩୨ ଲକ୍ଷ

ବ୍ରହ୍ମପୁର: ବସ ଭିତରେ ଗଞ୍ଜେଇ ଯାଞ୍ଚ୍ ବେଳେ ମିଳିଲା ୩୨ ଲକ୍ଷ ନଗଦ ଟଙ୍କା । ଅବକାରୀ ଗୁଇନ୍ଦା ବିଭାଗ କର୍ମଚାରୀମାନେ ବ୍ରହ୍ମପୁର ଲାଞ୍ଜିପଲ୍ଲି ବାଇପାସ୍ ଠାରୁ ଏକ ଘରୋଇ ବସ୍ ଭିତରୁ ଏହି ଟଙ୍କା ଜବତ କରିଛନ୍ତି । ବସରେ ବସିଥିବା କୋଲକାତାର ଜଣେ ବ୍ୟକ୍ତିଙ୍କ ବ୍ୟାଗ ଭିତରୁ ଏହି ଟଙ୍କା ଜବତ ହୋଇଛି । ଅବକାରୀ ବିଭାଗ ପକ୍ଷରୁ ସମସ୍ତ ଟଙ୍କାକୁ ବୈଦ୍ୟନାଥ ପୁର ଥାନାକୁ ହସ୍ତାନ୍ତର କରାଯାଇଛି । ଏହି ଟଙ୍କା କେଉଁଠାରୁ ଆସିଛି ତାହାର ତଦନ୍ତ ଜାରି ରହିଛି ।

Comments are closed.