ମୁକ୍ତା ଯୋଜନାରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମର ୩୮ନମ୍ବର ୱାର୍ଡରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଓଏସ୍‍ଡି ଡ.ଗୋପବନ୍ଧୁ ଦାସ ଯୋଗଦେଇ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ସିଙ୍ଗିବନ୍ଧର ଚାରିପାର୍ଶ୍ବରେ ୧୦ଲକ୍ଷ ୩୭ହଜାର ଟଙ୍କା ବ୍ୟୟରେ ଚଲାପଥ, ଗଣେଶ ବନ୍ଧ ଚାରିପାର୍ଶ୍ବରେ ୧୦ଲକ୍ଷ ୮୪ହଜାର ଟଙ୍କା ବ୍ୟୟରେ ଚଲାପଥ, ୬ଲକ୍ଷ ୪୪ହଜାର ଟଙ୍କା ବ୍ୟୟରେ ଗଣେଶ ନଗର ରାସ୍ତା ଓ କେଶବନଗର ପଞ୍ଚମ, ଷଷ୍ଠ ଲାଇନ୍‍ରେ ୧୦ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ରାସ୍ତାକାର୍ଯ୍ୟର ଶୁଭାରମ୍ଭ ହୋଇଛି । ମୁକ୍ତା ଯୋଜନାରେ ଏହି ଟଙ୍କା ଖର୍ଚ୍ଚ ହେବ । ନିଗମର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, କର୍ପୋରେଟର ସ୍ବର୍ଣ୍ଣଲତା ସାବତ, ବିଜେଡି ନେତା ସୁବାଷ ମହାରଣା, ଜଗନ୍ନାଥ ସାବତ, ନିଗମର ନିର୍ବାହୀଯନ୍ତ୍ରୀ ସୀମାଞ୍ଚଳ ଷଢ଼ଙ୍ଗୀ, କନିଷ୍ଠଯନ୍ତ୍ରୀ ଗଣେଶ ପାତ୍ରଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

Comments are closed.