ବସ ଧକ୍କାରେ ବିସିଏ ଛାତ୍ରୀ ମୃତ

ବ୍ରହ୍ମପୁର: ବ୍ରହ୍ମପୁର ଆସିକା ରୋଡ଼ ରେଡି ଗେରେଜ ଛକ ନିକଟ ଜାତୀୟ ରାଜପଥ ୫୯ ଠାରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବିସିଏ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ସେ ହେଲେ ଇମ୍ପେରିଆଲ କଲେଜର ପ୍ରଥମ ବର୍ଷ ଛାତ୍ରୀ ଆସିକା ରୋଡ଼ ବାସିନ୍ଦା ପି ତିରୁପତି ପାତ୍ରଙ୍କ ଝିଅ ସାଲିନି ପାତ୍ର (୧୯) । ଆଜି ଦିନ ୧୧ ଟା ବେଳେ ସାଲିନି ଏକ ସ୍କୁଟିରେ ନିଜ ଘରକୁ ଫେରୁଥିବା ବେଳେ ବ୍ରହ୍ମପୁରରୁ ଫୁଲବାଣୀ ଯାଉଥିବା ଯାତ୍ରୀବାହୀ ବସ ସାଲିନିଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଏହା ପରେ ସାଲିନିଙ୍କ ଉପରେ ବସ ମାଡି ଯାଇଥିଲା । ସାଲିନିଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ରାସ୍ତା କଡରେ ଛିଡା ହୋଇଥିବା ବ୍ରହ୍ମପୁର ମହାନଗର ନିଗମର ଏକ ଆବର୍ଜନା ଉଠା ଗାଡିର ଚାଳକ ହଠାତ ଡୋର ଖୋଲିଦେବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି। ସାଲିନିଙ୍କ ପରିବାର ଲୋକେ ଏମକେସିଜିରେ ପହଞ୍ଚିଛନ୍ତି । ଟ୍ରାଫିକ ପୁଲିସ ୩ଟି ଗାଡି ଜବତ କରିଛି । ବସ ଓ ନିଗମ ଗାଡିର ଚାଳକ ଫେରାର ହୋଇ ଯାଇଛନ୍ତି ।

Comments are closed.