ବାର୍ଷିକ ଉତ୍ସବ ଓ କ୍ରୀଡ଼ା ଆୟୋଜନ ଦାବିରେ କଲେଜରେ ଉତ୍ତେଜନା

ବ୍ରହ୍ମପୁର: ବର୍ଷିକ ଉତ୍ସବ ଓ ବର୍ଷିକ କ୍ରୀଡା ଆୟୋଜନ ଦାବିରେ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଜୁନିଅର କଲେଜରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ଶତାଧିକ ଛାତ୍ର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଉ କରି ଉତ୍ସବ ଆୟୋଜନ ଦାବିରେ ନାରବାଜି କରୁଛନ୍ତି । କରୋନା ପାଇଁ ଗତ ଦୁଇ ବର୍ଷ ହେବ ଶିକ୍ଷାନୁଷ୍ଠାନରେ ସମସ୍ତ ପ୍ରକାର ଉତ୍ସବ ବନ୍ଦ ରହିଥିଲା । ହେଲେ ଏବେ ନିର୍ବାଚନ ସଭା ଓ ରାଲି ଚାଲୁଥିବା ବେଳେ ଉତ୍ସଵ କାହିଁକି ବନ୍ଦ କରାଯାଉଛି ବୋଲି ଛାତ୍ରମାନେ ପ୍ରଶ୍ନ କରିଛନ୍ତି ।  କଲେଜରେ ଉତ୍ତେଜନା ଲାଗି ରହିଛି।

Comments are closed.