ସୁମିତ-ଡିମ୍ପଲଙ୍କ ବିବାହରେ ନୂଆ ମୋଡ

କୁଆଡେ ଗଲେ ସୁମିତ ?

ବ୍ରହ୍ମପୁର: ବ୍ରହ୍ମପୁର ବ୍ରହ୍ମାନଗରର ସୁମିତ-ଡିମ୍ପଲଙ୍କ ବିବାହରେ ନୂଆ ମୋଡ। ବିବାହକୁ ନେଇ ଡିମ୍ପଲ ଅଭିଯୋଗ ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉଭୟଙ୍କୁ ୭ ଦିନ ଏକାଠି ରହିବାକୁ କୁହାଯାଇଥିଲା। ୨ୟ ପର୍ଯ୍ୟାୟରେ କୋର୍ଟ ଆଉ ୭ ଦିନ ସମୟ ଦେଇଥିଲେ। ଆସନ୍ତା ୧୭ ତାରିଖ ଯାଏଁ କୋର୍ଟ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସୁମିତ କୋର୍ଟ ନିର୍ଦ୍ଦେଶ ଅବମାନନା କରି ଅନ୍ୟ କେଉଁଠିକୁ ଚାଲିଯାଇଛନ୍ତି ବୋଲି ଡିମ୍ପଲ ଅଭିଯୋଗ କରିଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟ ଭଡା ଘରେ ୭ ଦିନ ରହିବା କଥା। ମାତ୍ର ସୁମିତ ପତ୍ନୀଙ୍କୁ କିଛି ନଜଣାଇ ସାଙ୍ଗ ଘରକୁ ପଳାଇଛନ୍ତି ବୋଲି ପତ୍ନୀ ଡିମ୍ପଲ କହିଛନ୍ତି। ସେ କହିଛନ୍ତି ଶେଷ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବେ ଓ କୌଣସି ନିଷ୍ପତ୍ତି ନହେଲେ ଶେଷରେ ଆତ୍ମହତ୍ୟା କରିବେ। ସୁମିତ ଓ ଡିମ୍ପଲ ଏକାକୀ ରହୁଥିବାରୁ ତାଙ୍କୁ ପୁଲିସ ପକ୍ଷରୁ ସୁରକ୍ଷା ଦିଆଯାଇଛି ବୋଲି ସୂଚନା ମିଳିଛି।

Comments are closed.