ଆଇପିଏଲ ଅନଲାଇନ ବେଟିଂ : ୮ ଗିରଫ

୮ ଲକ୍ଷ ୩୬ ହଜାର ଜବତ

ବ୍ରହ୍ମପୁର: ଆଇପିଏଲ ଅନଲାଇନ ବେଟିଂରେ ଲିପ୍ତ ବ୍ରହ୍ମପୁରର ୮ ଜଣ ଯୁବକଙ୍କୁ ବୈଦ୍ୟନାଥ ପୁର ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ନଗଦ ୮ ଲକ୍ଷ ୩୬ ହଜାର ୨୦୦ ଟଙ୍କା ଜବତ କରାଯାଇଛି । ଲାଞ୍ଜିପଲ୍ଲୀ ଅଂଚଳରେ ଅନଲାଇନ ବେଟିଂ ଚାଲୁଥିବା ଖବର ପାଇ ପୁଲିସ ସେଠାରେ ଚଢ଼ାଉ କରିଥିଲା । ଅଭିଯୁକ୍ତ ମାନେ ୨ ଟି ୱେବ ସାଇଟ ଜରିଆରେ ଆଇପିଏଲ ଖେଳକୁ ନେଇ ବେଟିଂ କରୁଥିବା ପୁଲିସ ଜାଣିଥିଲା ।

ଅନଲାଇନ ବେଟିଂ ପାଇଁ ବ୍ୟବହୃତ ଅଭିଯୁକ୍ତଙ୍କ ୧୧ଟି ମୋବାଇଲକୁ ପୁଲିସ ଜବତ କରିଛି । ଗିରଫ ମୁଖ୍ୟ ଅଭିଯୁକ୍ତ ତଥା ଲାଞ୍ଜିପଲ୍ଲୀ ପାଢ଼ୀ କଲୋନୀର ଜଗନ୍ନାଥ ପ୍ରଧାନଙ୍କ ଘରେ ଚଢ଼ାଉ କରାଯାଇ ବିପୁଳ ଟଙ୍କା ଜବତ ହୋଇଥିବା ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଆଇପିଏଲ ଅନଲାଇନ ବେଟିଂରେ ଲିପ୍ତ ଅନ୍ୟ୭ ଅଭିଯୁକ୍ତ ହେଲେ ସନ୍ତୋଷ ନାୟକ, ଅଜିତ ସାହୁ, ସବ୍ୟସାଚୀ ପଣ୍ଡା, କ୍ରିତିରଞ୍ଜନ ଶତପଥୀ, ନୀଳାଦ୍ରି ପାଢ଼ୀ, ରାମ ପ୍ରସାଦ ଚୌଧୁରୀ, ବିନୋଦ ପଣ୍ଡା ।

Comments are closed.