ବିଦ୍ୟୁତ ଖୁଣ୍ଟ ପଡି ଭାଙ୍ଗିଲା ଘର ଓ ଗାଡି

ବ୍ରହ୍ମପୁର: ପୁରୁଣା ବ୍ରହ୍ମପୁର, ମେଣ୍ଟୁଛକ ନିକଟ ନୀଳକଣ୍ଠନଗର ସାହିରେ ଆଜି ସକାଳୁ ହଠାତ ଦୁଇଟି ବିଦ୍ୟୁତ ଖୁଣ୍ଟ ମୂଳରୁ ଭାଙ୍ଗି ରାସ୍ତାରେ ପଡି ଯାଇଛି । ଖୁଣ୍ଟ ଦୁଇଟି ତଳେ ପଡିବା ଯୋଗୁ ସେହି ଅଂଚଳରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା। ଖୁଣ୍ଟ ପଡି ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଆଉ ଜଣଙ୍କ ଗାଡି ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ନିମ୍ମମାନର ବିଦ୍ୟୁତଖୁଣ୍ଟ ବ୍ୟବହୃତ ଯୋଗୁ ଏହି ଅଘଟଣ ଘଟିଥିବା କୁହାଯାଇଛି । ଖବର ପାଇ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ମରାମତି କାଯ୍ୟ ଆରମ୍ଭ କରିଛନ୍ତି।

Comments are closed.