ବ୍ରହ୍ମପୁର ବିଏମସିର ମୁଖ୍ୟ କିରାଣୀ ମୃତ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ତଥା ବିଏମସିର ମୁଖ୍ୟ କିରାଣୀଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୁଖ୍ୟ କିରାଣୀ ଜଣଙ୍କ ହେଲେ ଉପେନ୍ଦ୍ର ମାଝି। କୋଭିଡ଼ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ୪ ଦିନ ପୂର୍ବେ ସେ କରୋନା ପଜିଟିଭ ଚିହ୍ନଟ ହୋଇ କୋଭିଡ଼ ହସ୍ପିଟାଲରେ ଭର୍ତି ହୋଇଥିଲେ। ତେବେ କରୋନା କିମ୍ବା ଅନ୍ୟ ରୋଗରେ ପିଡ଼ୀତ ଥିବାରୁ ତାଙ୍କର ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିପାରି ନାହିଁ । ବର୍ତମାନ ବିଏମସିର ଆହୁରି କିଛି କର୍ମଚାରୀ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି।

Comments are closed.