ବେଆଇନ ମଦ ବିକ୍ରି ; ୩ କର୍ମଚାରୀ ଗିରଫ

ବ୍ରହ୍ମପୁର: ରାତିରେ ବେଆଇନ ଭାବେ ମଦ ବିକ୍ରି କରିଥିବା ବେଳେ ବ୍ରହ୍ମପୁର ସହରରେ ଥିବା ଏକ ମଦ ଦୋକାନର ୩ ଜଣ କର୍ମଚାରୀଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ପୁଲିସ ବିଭିନ୍ନ କମ୍ପାନୀର ୧୩୫ ଲିଟର ବିଦେଶୀ ମଦ ଜବତ କରିଛି ।
ଏ ନେଇ ବୈଦ୍ୟନାଥପୁର ଥାନାରେ ମାମଲା ନମ୍ବର ୧୪୯/୨୧ରେ ରୁଜୁ କରାଯାଇ ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଗତକାଲି ରାତିରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ କମାପଲି ନିକଟ ତହସିଲ କାଯ୍ୟାଳୟ ସମ୍ମୁଖରେ ଥିବା ବିଦେଶୀ ମଦ ଦୋକାନ ପଛପାଖରେ ସେହି ଦୋକାନର ୩ ଜଣ କର୍ମଚାରୀ ବେଆଇନ ଭାବେ ମଦ ବିକ୍ରି କରୁଥିବା ବେଳେ ସେମାନଙ୍କୁ କାବୁ କରିଥିଲା ।

Comments are closed.