ମାସିକ ୫ ହଜାର ଟଙ୍କା ସହାୟତା ଦାବି କଲା ବସ କର୍ମଚାରୀ ସଂଘ

ଆରଡିସିଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର: ଦୀର୍ଘ ମାସ ହେବ ରୋଜଗାର ହରାଇ ଘରେ ବସିଥିବା ଘରୋଇ ବସ କର୍ମଚାରୀମାନେ ଆର୍ଥିକ ସହାୟତା ଦାବି କରିଛନ୍ତି । ଗଂଜାମ ଜିଲା ଘରୋଇ ବସ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । କରୋନା ମହାମାରୀ ଯୋଗୁ ୨୦୨୦ ଏପ୍ରିଲ ଠାରୁ ଡିସେମ୍ବର ୨୦୨୧ରେ ୨ ମାସ ହେବ ଯାତ୍ରୀବାହୀ ଘରୋଇ ବସ ଚଳାଚଳ ବନ୍ଦ ରହିଥିବା ଯୋଗୁ ଶହ ଶହ କର୍ମଚାରୀଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡିଛି । ପରିବାର ଚଳାଇବାରେ ଅସୁବିଧା ହେଉଛି । ଗଂଜାମରେ ୪୦୦ ଯାତ୍ରୀବାହୀ ବସ ବିଭିନ୍ନ ସ୍ଥାନକୁ ଯାତାୟତ କରିଥିବା ବେଳେ ଗୋଟିଏ ବସରେ ୪ ଜଣ କର୍ମଚାରୀ କାମ କରୁଥିଲେ । ଚାଳକ, ହେଲପର, କଣ୍ଡକ୍ଟର ଓ ଚେକରଙ୍କୁ ମିଶାଇ ଜିଲାରେ ୧୫୦୦ ବସ କର୍ମଚାରୀ ଅନେକ ଦିନ ହେବ ରୋଜଗାର କରିପାରି ନଥିବାରୁ ସେମାନଙ୍କୁ ମାସିକ ୫ ହଜାର ଲେଖାଏଁ ସରକାରୀ ସହାୟତା ଯୋଗାଇଦେବାକୁ ସଙ୍ଘ ପକ୍ଷରୁ ଦାବି ହୋଇଛି । ସଙ୍ଘର ବହୁ ସଦସ୍ୟ ଆଜି ଆରଡିସି କାଯ୍ୟାଳୟକୁ ଯାଇ ସ୍ମାରକ ପତ୍ର ପ୍ରଦାନ କରିବା ସହ ବସ କର୍ମଚାରୀଙ୍କୁ ଶ୍ରମିକ କାର୍ଡ ପ୍ରଦାନ ପାଇଁ ଦାବି କରିଥିଲେ ।

Comments are closed.