ବ୍ରହ୍ମପୁର ଆଇଟିଆଇରେ ସବୁଠୁ ବଡ ଇ-ୱେଷ୍ଟ କାରୁକାର୍ଯ୍ୟ

ବ୍ରହ୍ମପୁର: ବ୍ରହ୍ମପୁର ସରକାରୀ ଆଇଟିଆଇ ପରିସରରେ ସବୁଠୁ ବଡ ଇ-ୱେଷ୍ଟ ତଥା ବୈଦୁତିକ ବର୍ଯ୍ୟବସ୍ତୁର କାରୁକାର୍ଯ୍ୟ ଶନିବାର ଲୋକର୍ପିତ ହୋଇଛି । ୨୯ ଫୁଟ ଉଚ୍ଚତାର ଏହି କାରୁକାର୍ଯ୍ୟକୁ ଆଇଟିଆଇର ଅପନ୍ ସ୍କ୍ରାପ ମ୍ୟୁଜିୟମରେ ସ୍ଥାନିତ କରାଯାଇଛି । ପରିବେଶ ପ୍ରତି ଯତ୍ନବାନ ଥିବା ଲୋକଙ୍କ ମଧ୍ୟରେ ବୈଦୁତିକ ବର୍ଯ୍ୟବସ୍ତୁର ବ୍ୟବହାରିତାକୁ ନେଇ ସଚେତନତା ସୃଷ୍ଟିରେ ଏହା ସହାୟ ହେବ ବୋଲି ଆଇଟିଆଇ ପକ୍ଷରୁ କୁହାଯାଇଛି । ଏହି କାରୁକାର୍ଯ୍ୟରେ ପୁରୁଣା ତଥା ଅଦରକାରୀ ବୈଦୁତିକ ଖେଳନା, ଟେଲିଭିଜନ, କମ୍ପ୍ୟୁଟର, ସିଡି ପ୍ଳେୟାର, ମୋବାଇଲ ଆଦି ବ୍ୟବହାର ହୋଇଛି ।

Comments are closed.