ଏମକେସିଜି ମେଡିକାଲ କଲେଜ ପରିସରରୁ ଅଫିମ , ନଗଦ ଟଙ୍କା ଜବତ

ବ୍ରହ୍ମପୁର : ଆଜି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପରିସରରୁ ଅଫିମ ଓ ନଗଦ ଟଙ୍କା ଜବତ ହୋଇଛି। ପ୍ରାୟ ୩.୫ କେଜି ଅଫିମ ଓ ୪୦ ହଜାର ଟଙ୍କା ଜବତ ହୋଇଛି । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏଠାରେ ଚଢ଼ାଉ କରାଯାଇଥିଲା। ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକ ହେଲେ ହାଡୁବନ୍ଧୁ ସାହୁ । ଅଫିମ ଚାଲାଣ ବେଳେ ବ୍ୟବହୃତ ଏକ ସ୍କୁଟି ମଧ୍ୟ ଜବତ କରାଯାଇଛି । ଜବତ ଅଫିମର ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ।ଘଟଣାର ତଦନ୍ତ ଜାରି ରହିଛି ବୋଲି ସୂଚନା ମିଳିଛି।

 

 

Comments are closed.