ଶତାଧିକ ଆହାର କେନ୍ଦ୍ର କର୍ମଚାରୀଙ୍କ ଛଟେଇକୁ ନେଇ ଅସନ୍ତୋଷ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଥିବା ୧୯ ଟି ଆହର କେନ୍ଦ୍ରର ଶତାଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ବିନା କୋୖଣସି ସୂଚନା କିମ୍ବା ନୋଟିସରେ ସେମାନକୁ କଯ୍ୟରୁ ଅନ୍ତର କରାଯିବାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଆଜି ଛଟେଇ ହୋଇଥିବା ବହୁ ସଂଖ୍ୟକ କର୍ମଚାରୀ ବ୍ରହ୍ମପୁର ଷ୍ଟେସନ ରୋଡ଼ରେ ଥିବା ମାନ୍ନା ଟ୍ରଷ୍ଟ କଯ୍ୟାଳୟକୁ ଆସି ବିକ୍ଷୋଭ କରିବା ସହ ପୁନଃ ନିଯୁକ୍ତି ଦାବି କରିଛନ୍ତି। ପରିସ୍ଥିତି ଉତେଜନା ପୁର୍ଣ ହେବାରୁ ପୁଲିସ ଓ ମହାନଗର ନିଗମର ଅଧିକାରୀ ପହଞ୍ଚି ବୁଝାସୁଝା କରିଥିଲେ । ସୂଚନା ଥାଉକି କରୋନା ସମୟରେ ଆହର କେନ୍ଦ୍ର ବନ୍ଦ ରହିଥିଲା । ଗତ ୩ ଦିନ ହେବ ଖୋଲିଛି । ତେବେ ଖୋଲିବା ଦିନଠାରୁ ପୁରୁଣା କର୍ମଚାରୀଙ୍କ ବଦଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ କାମରେ ନିୟୋଜିତ କରାଯାଇଛି ।

Comments are closed.