ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ହରିହର ଦାଶଙ୍କ ପରଲୋକ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ହରିହର ଦାଶଙ୍କ ମଙ୍ଗଳବାର ରାତିରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୮୨ ବର୍ଷ ହୋଇଥିଲା ସେ କିଛି ଦିନ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇଥିଲେ । କରୋନାରୁ ସୁସ୍ଥ ହୋଇ ଗତକାଲି ଗିରିରୋଡ଼ ସ୍ଥିତ ନିଜ ବାସଭବନକୁ ଆସିଥିଲେ । କାଲି ମଧ୍ୟରାତ୍ରରେ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ନିଜ ଘର ବାଥରୁମରେ ପଡିଯାଇଥିଲେ ।
ସୂଚନାଯୋଗ୍ୟ , ହରିହର ଦାଶ ରାଜନୀତି ବିଜ୍ଞାନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିବା ବେଳେ ବିଶ୍ୱବିଦ୍ୟାଳୟରେ କିଛିଦିନ ପାଇଁ କୁଳପତି ଦାଇତ୍ୱ ମଧ୍ୟ ନେଇଥିଲେ । ତାଙ୍କ ମୃତ୍ୟୁରେ ଅନେକ ମହଲରେ ଶୋକର ଛାୟା ଖେଳି ଯାଇଛି।

Comments are closed.