ମାଆ କଳୁଆଙ୍କ ଯାତ୍ରା ନଗର ପରିକ୍ରମା ନେଇ ପୁଲିସ- କମିଟି ମୁହାଁମୁହିଁ, ୧୪୪ ଧାରା ଲାଗୁ

ବ୍ରହ୍ମପୁର: ବ୍ରହ୍ମପୁର ଗୋସାଇଁ ନୂଆଗାଁ ମା କଳୁଆଙ୍କ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି । ଆଜି ରାତିରେ ମାଆ ନିଜ ମନ୍ଦିରରୁ ବାହାରି ଅସ୍ଥାୟୀ ମଣ୍ଡପକୁ ଆସିବ । ହେଲେ ମନ୍ଦିରରୁ ମାଁ ଙ୍କୁ ନଗର ପରିକ୍ରମା କରି ଅଣିବା ବଦଳରେ ପୁଲିସ ଅଟୋରେ ଆଣିବାକୁ କହିବାରୁ ଯାତ୍ରା ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଉତେଜନା ପ୍ରକାଶ ପାଇବା ସହ ଗ୍ରାମବାସୀ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପରେ ବଡ଼ସାହି ସ୍ଥିତ ଅସ୍ଥାୟୀ ମଣ୍ଡପରେ ବ୍ରହ୍ମପୁର ଉପଜିଲ୍ଲାପାଳ ୧୪୪ ଧାରା ଲାଗୁ କରିବା ସହ ଦର୍ଶନ ମନା କରିଛନ୍ତି।