ରାଜ୍ୟରେ ପୁଣି ଏକ କରୋନା ଯୋଦ୍ଧାଙ୍କ ମୃତ୍ୟୁ, କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଡାକ୍ତର

ରାଉରକେଲା : ସୁନ୍ଦରଗଡ଼ ଜିଲାରେ ଜଣେ କରୋନାରେ ଆକ୍ରାନ୍ତ ଡାକ୍ତରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲା ରାଉରକେଲା ସରକାରୀ ଡାକ୍ତରଖାନାର ଡାକ୍ତର ଅରୁଣ କୁମାର ଦାସଙ୍କ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ହୋଇଥିବା ନେଇ ସୁନ୍ଦରଗଡ଼ ସିଡିଏମଓ ଡାକ୍ତର ସରୋଜ ମିଶ୍ର  ସୂଚନା ଦେଇଛନ୍ତି। ଗତ ପ୍ରାୟ ଚାରି ଦିନ ତଳେ ଡାକ୍ତର ଅରୁଣ କୁମାର ଦାସ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ତାଙ୍କୁ କରୋନା ଯୋଦ୍ଧା ଭାବେ ଗାର୍ଡ ଅଫ ଅନର୍ ଦିଆଯାଇଥିବା ଜଣାପଡ଼ିଛି। ଡାକ୍ତର ଦାସ ରାଉରକେଲା ସରକାରୀ ଡାକ୍ତରଖାନାରେ ଶଲ୍ୟ ଚିକିତ୍ସକ ଭାବେ ଯୋଗ ଦେଇଥିଲେ । ଚାକିରିରୁ ଅବସର ନେବା ପରେ ତାଙ୍କୁ ପୁଣି ଠିକା ନିଯୁକ୍ତି ମିଳିଥିଲା। ସେ ଡାକ୍ତରଖାନାର ବର୍ହିବିଭାଗରେ ଡିଉଟି କରୁଥିଲେ ।

Comments are closed.