ଖେଳୁଥିବା ବେଳେ ଶିଶୁର ଥୋଡିରେ ପଶିଗଲା ଲୁହା ଛଡ଼

ବ୍ରହ୍ମପୁର: ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପାଳକଷଣ୍ଢ ଗ୍ରାମରେ ରରବିବାର ଅଭାବନୀୟ ଘଟଣା ଘଟିଛି । ଛାତ ଉପରେ ଖେଳୁଥିବା ଏକ ଶିଶୁର ଥୋଡିରେ ଲୁହାଛଡ଼ ପଶି ଯାଇଛି। ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇ ଏମକେସିଜି ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଅସ୍ତ୍ରୋପଚାର ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିଜକୁ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ସନ୍ୟାସୀ ଗୌଡ଼ଙ୍କ ଘର କାମ ଚାଲୁଥିଲା । ଆଜି ତାଙ୍କ ୪ ବର୍ଷର ଝିଅ  ଛାତ ଉପରକୁ ଯାଇ ଖେଳୁଥିବା ବେଳେ ଅସାବଧାନତା କାରଣରୁ ନିର୍ମାଣ କାମ ଚାଲିଥିବା ସ୍ଥାନରେ ପଡିଯାଇଥିଲା। ସେଠାରେ ପୋତା ଯାଇଥିବା ଏକ ଲୁହା ଛଡ଼ ଥୋଡିରେ ପଶି ପାଟି ବାଟେ ବାହାରି ଯାଇଥିଲା । ପାଟିରେ ଛଡ଼ଟି ଲାଗିଥିବା ଅବସ୍ଥାରେ ପରିବାର ଲୋକେ ଶିଶୁକୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି । ଅସ୍ତ୍ରୋପଚାର କରାଯାଇ ଛଡ଼ ବାହାର କରାଯିବ ବୋଲି ଜଣା ପଡ଼ିଛି । ଖବର ପାଇ ଟିମ କ୍ଲିନ ସିଟିର ସଦସ୍ୟ ମେଡିକାଲରେ ପହଞ୍ଚି ସହଯୋଗର ହାତ ବଢ଼ାଇଛନ୍ତି ।

Comments are closed.