କୋର୍ଟରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର: ବ୍ରହ୍ମପୁର ଏସଡିଜେଏମ କୋର୍ଟ ସମ୍ମୁଖରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ମହିଳା ଜଣକ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ମହିଳାଙ୍କୁ ବୈଦ୍ୟନାଥପୁର ଥାନାରେ ରଖାଯାଇଛି। ତେବେ ମହିଳାଙ୍କ ପରିଚୟ ଜଣାପଡ଼ି ନଥିବା ବେଳେ ସେ କାହିଁକି ଏଭଳି କଲେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।
Comments are closed.