ବ୍ରହ୍ମପୁରରେ ମାତିଛନ୍ତି ଲୁଟେରା ଦଳ

ସୁନା ଦୋକାନ ପରେ ଗାଡି ସୋରୁମରୁ ନେଇଗଲେ ଲକ୍ଷାଧିକ ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁରରେ ମାତିଛନ୍ତି ଲୁଟେରା ଦଳ । କିଛି ଦିନ ହେବ ଗୋଟିଏ ପରେ ଗୋଟିଏ ସୋ ରୁମରୁ ଚୋରି ହୋଇଥିବା ବେଳେ ଶନିବାର ବିଳମ୍ବିତ ରାତିରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡାସିଂ ଠାରେ ଥିବା ଏକ ସ୍କୁଟର ସୋ ରୁମରୁ  ଚୋରି ହୋଇଛି । ଚୋର ଦଳ ସୋ ରୁମର ତାଲା ଭାଙ୍ଗି ଭିତରେ ପଶିବା ସହ କ୍ୟାସ କାଉଣ୍ଟରରେ ଥିବା ଲଧାଧିକ ଟଙ୍କା ନେଇ ଯାଇଛନ୍ତି ।  ସକାଳୁ ଘଟଣା ଜଣାପଡ଼ିବା ପରେ ସୋ ରୁମ ମାଲିକ ପାର୍ଥ ପାଢୀ ପୁଲିସକୁ ଖବର ଦେଇଥିଲେ ।  ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦାପ୍ରସନ୍ନ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆଜକୁ ୩ ଦିନ ତଳେ ବଡ଼ବଜାରର ଏକ ସୁନା ଦୋକାନରୁ ହୋଇଥିବା ବଡ଼ଧରଣର ଚୋରି ମାମଲାରେ, ସଠିକ ଭାବେ କିଏ କିଏ ଲୁଟ କରିଛନ୍ତି ସେନେଇ ଏଯାଏଁ ପୁଲିସକୁ ସଫଳତା ମିଳିନାହିଁ।

 

Comments are closed.