ଦୁଇ ଗାଁ ମଧ୍ୟରେ ସଂଘର୍ଷ ;  ୧୪୪ ଧାରା ଜାରି

ବ୍ରହ୍ନପୁର : ଗଞ୍ଜାମ ଜିଲା ରମେୟାପାଟଣା ଓ ଚନ୍ଦନବାଡ଼ ଦୁଇ ଗ୍ରାମ ମଧ୍ୟରେ ସୋମବାର ବିଳମ୍ବିତ ରାତିରେ ଗଣ୍ଡଗୋଳ ହୋଇଛି । ବାହୁଦା ନଦୀ ମୁହାଣରେ ମାଛମରାକୁ ନେଇ ପୂର୍ବ ଶତ୍ରୁତାରୁ  ଏହି ଗଣ୍ଡଗୋଳ ଘଟିଛି । ଏଥିରେ ଉଭୟ ପକ୍ଷରୁ  ୭ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ମହିଳା ଓ ପୁରୁଷଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଗୋଳନ୍ଥରା ଓ ସୋନପୁର ମେରାଇନ ପୁଲିସ ପହଞ୍ଚି ଗଣ୍ଡଗୋଳକୁ ଆୟତ୍ତ କରିଥିଲେ । ଦୁଇ ଗାଁରେ  ୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବାହୁଦା ମୁହାଣରେ ୧୪୪ ଧାରା ଜାରି କରାଯାଇଛି ।

 

Comments are closed.