ଅଫିସ ଭିତରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ଜଲା ସଦର ଥାନା ଅନ୍ତର୍ଗତ ସେବା ସମବାୟ ସମିତି ସମ୍ପାଦକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ କାର୍ଯ୍ୟାଳୟ ଭିତରୁ ଉଦ୍ଧାର କରାଯାଇଛି।  ମୃତକଙ୍କ ନାମ ଜଗନ୍ନାଥ ପାତ୍ର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଲୋଚାପଡ଼ା ସେବା ସମବାୟ ସମିତି କାର୍ଯ୍ୟାଳୟରେ ଜଗନ୍ନାଥ ସମ୍ପାଦକ ଭାବେ କାର୍ଯ୍ୟକରୁଥିଲେ। ବୁଧବାର ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ କାର୍ଯ୍ୟାଳୟ ଭିତରୁ ଉଦ୍ଧାର କରାଯାଇଥିଲା। ଖବର ପାଇ ଘଟଣା ସ୍ଥଲରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି ।

Comments are closed.