ପାନର ଫାଇଦା ହେଲେ ଖାଆନ୍ତୁ ନାହିଁ କଡ଼଼ା ମସଲା

ପାନୁଆ ଲୋକଟେ ପାଇଁ ପାନ ଖଣ୍ଡେ ଭାରି ମୂଲ୍ୟବାନ୍। ସକାଳୁ ପାନଟେ ନ ଚୋବାଇଲେ ପୂରା ଦିନର କାମ ସେମାନଙ୍କର ଓଲଟପାଲଟ ହୋଇଯାଏ। ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ମୁଖବାସ ମିଳୁଛି ସତ କିନ୍ତୁ ପାନର ସ୍ଥାନକୁ କେହି ଅକ୍ତିଆର କରିପାରୁନାହାନ୍ତି।

 

ଆପଣ ଜାଣିଛନ୍ତି କି ପାନରେ ଭିଟାମିନ୍ ସି, ଲୌହ, କେରାଟିନ୍, ଫାଇବର୍, ପୋଟାସିୟମ୍, ଆୟୋଡିନ୍‌, ଥାୟାମିନ୍‌ ଆଦି ପୋଷକତତ୍ତ୍ବ ଅଛି।

ପାନ ପତ୍ରରେ ଥିବା ତତ୍ତ୍ବ ଶରୀରର ରକ୍ତଶର୍କରାକୁ ନିୟନ୍ତ୍ରଣରେ ରଖେ। ମଧୁମେହ ରୋଗୀ ପ୍ରତିଦିନ ପାନ ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଭଲ।

ବିଶେଷଜ୍ଞଙ୍କ ମତରେ ପାନରେ ଅନ୍ୟ କଡ଼ା ମସଲା ମିଶାଇ ଖାଆନ୍ତୁ ନାହିଁ। ନିୟମିତ ପାନ ଖାଉଥିବା ବ୍ୟକ୍ତିଙ୍କୁ ମୁଖ କର୍କଟ ହେବାର ଆଶଙ୍କା କମ୍।

ମାଇଗ୍ରେନ୍ ରୋଗୀ ମିଠା ପାନ ଖାଇଲେ ସେମାନଙ୍କ ମୁଣ୍ଡବିନ୍ଧା ଅନେକାଂଶରେ କମ୍ ହେଉଥିବାର ଅନୁଧ୍ୟାନରୁ ଜଣାପଡ଼ିିଛି।

Comments are closed.