ମିଶ୍ରିର ରହିଛି ଏହି ଚତ୍ମକାରୀ ଗୁଣ, ଆପଣେଇଲେ ହେବେ ଲାଭବାନ

ମିଶ୍ରି ଏକ ଏପରି ଦ୍ରବ୍ୟ ଯାହା ପ୍ରତ୍ୟେକ ଘରେ ଉପଲବ୍ଧ। ଏହାକୁ ପୂଜାର୍ଚ୍ଚନା ସମୟରେ ମଧ୍ୟ ଭୋଗ କରିବାରେ ବ୍ୟବହାର କରାଯାଏ। ପାଟି ଦୁର୍ଗନ୍ଧ ଦୂର କରିବା ପାଇଁ ବ୍ୟବହାର କରାଯାଏ। ମିଶ୍ରିରେ ବହୁ ଔଷଧୀୟ ଗୁଣ ରହିଛି। ଏଥିରେ ଏପରି କେତେକ ପୋଷକ ତତ୍ତ୍ୱ ରହିଛି ଯାହା ଶରୀରକୁ ବହୁ ରୋଗରୁ ରକ୍ଷା କରିଥାଏ। ଜାଣନ୍ତୁ ….
ଶରୀରରେ ହିମୋଗ୍ଲୋବିନର ମାତ୍ରା କମିଲେ ରକ୍ତ ତିଆର ହୋଇପାରେ ନାହିଁ। ଫଳରେ ବ୍ୟକ୍ତିଙ୍କୁ ହାଲିଆ ଅନୁଭବ ହୋଇଥାଏ। ନିମୟିତ ମିଶ୍ରିର ସେବନ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
ଥଣ୍ଡା ହେବା ମାତ୍ରେ ସଭିଁଙ୍କର କାଶ ହୋଇଥାଏ। ଫଳରେ ପେଟରେ ଓ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ମିଶ୍ରିରେ ଅଳ୍ପ ଗୋଲମରିଚ ମିଶାଇ ଖାଇଲେ ଥଣ୍ଡାକାଶ ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ। 
ମିଶ୍ରି ପାଣି ସପ୍ତାହକୁ ୨ କିମ୍ବା ୩ ଥର ପିଇଲେ ପେଟ ଥଣ୍ଡା ହୋଇଥାଏ।
ମିଶ୍ରିର ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିବା ସହ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
ଖାଦ୍ୟ ଖାଇବା ପରେ ମିଶ୍ରି ଖାଇଲେ ଅଧିକ ଶକ୍ତି ମିଳିବା ସହ  ମାନସିକ ଶାନ୍ତି ମିଳିଥାଏ।
ବହୁ ସମୟରେ ପାଟି ଭିତରେ ଲାଲ ଦାଗ ଭଳି ହୋଇଯାଏ। ଏହି ସମୟରେ ମିଶ୍ରି ଓ ଗୁଜୁରାତିକୁ ପେଷ୍ଟ କରି ଦାଗ ସ୍ଥାନରେ ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

Comments are closed.