ବେଙ୍ଗାଲୁରୁ ରାସ୍ତାରେ ମହାକାଶ ଯାତ୍ରୀ, ଭିଡିଓ ଭାଇରାଲ

ବେଙ୍ଗାଲୁରୁ : କର୍ଣ୍ଣାଟକର ରଜଧାନୀ ବେଙ୍ଗାଲୁରୁରେ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ରାଜଧାନୀର ରାଜରାସ୍ତାରେ ରାତିର ଅନ୍ଧାରରେ ଜଣେ ମହାକାଶ ଯାତ୍ରୀଙ୍କୁ ଦେଖିବାକୁ ମିଳିଥିଲା। ସ୍ଥାନୀୟଲୋକେ ମହାକାଶ ଯାତ୍ରୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ମହାକାଶ ଯାତ୍ରୀ ଚନ୍ଦ୍ରପୃଷ୍ଠରୁ ଓହ୍ଲାଇ ଆସି ଧରାପୃଷ୍ଠରେ ମୁନ୍‌ୱାକ୍ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

କିନ୍ତୁ ଏହି ଘଟଣା ପଛର ସତ୍ୟତା କିଛି ଭିନ୍ନ ଥିଲା। କେହି ମହାକାଶ ଯାତ୍ରୀ ଚନ୍ଦ୍ରପୃଷ୍ଠରୁ ଓହ୍ଲାଇ ଆସିନଥିଲେ ବରଂ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ କଳାକାର ବାଦଲ ନାନଞ୍ଜୁଦାସ୍ବାମୀଙ୍କ ନିଜର କଳା ପ୍ରଦର୍ଶନ କରୁଥିଲେ । ରାସ୍ତାରେ ଥିବା ଖାଲ ଖାମକୁ ଦେଖାଇବା ପାଇଁ ସେ ଏହି ଭିଡିଓ ରେକର୍ଡିଙ୍ଗ କରିଛନ୍ତି । ସ୍ଥାନୀୟଲୋକ ମଧ୍ୟ ଏହି ଆର୍ଟକୁ ବହୁତ ପସନ୍ଦ କରିଛନ୍ତି । ଏହି ଆର୍ଟ ମାଧ୍ୟମରେ ସେ ସ୍ଥାନୀୟ ପ୍ରଶାସନକୁ ଜଗାଇବାକୁ ଚାହୁଁଥିଲେ ।

Comments are closed.